ପୋଖରୀରୁ ଅଗ୍ନିଶମ ବିଭାଗ ଦ୍ୱାରା ଯୁବକର ମୃତଦେହ ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବାଘିଆଟାଙ୍ଗର ଗ୍ରାମର ଭାଗବତ ମାଝୀ(୪୭) ସକାଳେ ଘର ପଛପାଖ ପୋଖରୀକୁ କୌଣସି କାରଣରୁ ଯାଇ ପାଣିରେ ପଡିଯାଇଥିଲେ । ଘଟଣାଟି ରବିବାର ସକାଳ ୭ଟା ପାଖାପାଖି ସମୟରେ ଘଟିଛି । ଘରକୁ ଫେରିବା ବିଳମ୍ବ ନେଇ ଘର ଲୋକ ଖୋଜାଖୋଜି କରି ପୋଖରୀ ପାଖରୁ ଦେଖିବାକୁ ପାଇଥିଲେ । ଖବର ପାଇ ବଡାମତଳିଆ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ପୋଖରୀରୁ ଉଦ୍ଧାର କରି ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।


