ପୋଖରୀରୁ ମୃତ ଦେହ ଉଦ୍ଧାର
ଭଞ୍ଜନଗର (ସନ୍ତୋଷ ଜେନା): ଗଂଜାମ ଜିଲ୍ଲା ତାରସିଂ ଅଧୀନ ଟାଙ୍ଗଣ ଗ୍ରାମ ନିକଟସ୍ଥ ପୋଖରୀରୁ ଜଣେ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ଗ୍ରାମର ଟାଙ୍ଗଣ ଗ୍ରାମର ଲୋଚନ ପ୍ରଧାନ । ସେ ଗତ ଦୁଇ ଦିନ ହେଲା ସାଇକେଲ ଯୋଗେ ନିକଟ ତିନଛକିଆ ଗ୍ରାମ କୁ ଯାଇ ଆଉ ଘରକୁ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶୁକ୍ରବାର ସକାଳୁ ଲୋଚନ ପ୍ରଧାନ ଙ୍କ ମୃତଦେହ ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ଭାସୁଥିବା ଦେଖିଥିଲେ। ପୁଲିସ ପହଂଚି ଶବ ଜବତ କରି ଭଞ୍ଜନଗର ମେଡ଼ିକାଲରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏ ନେଇ ତାରସିଂ ଥାନାରେ ୧୬/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି