ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ନପଙ୍ଗ ଚଣ୍ଡିମାତା ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ଗ୍ରାମର ଗୋକୁଳାନନ୍ଦ ରାଉତଙ୍କ ପୁତ୍ର ଚିତ୍ତରଂଜନ(୨୮) ସକାଳୁ ଘରୁ ଆସି ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ସ୍ଥାନୀୟ ଚଣ୍ଡୀମାତା ପୋଖରୀରେ ଜଣେ ଯୁବକ ଭାସୁଥିବା ଖବର ମିଳିଥିଲା। ପରେ ଯୁବକଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିବା ବେଳେ ସେ ଗୋକୁଳାନନ୍ଦଙ୍କ ପୁଅ ବୋଲି ଚିହ୍ନଟ ହୋଇଥିଲା। ଯୁବକଙ୍କୁ ଯାଜପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କେଉଁ ପରିସ୍ଥିତିରେ ଚିତ୍ତରଂଜନଙ୍କର ମୃତ୍ୟୁ ଘଟିଲା ତାହା ସଠିକ ଭାବେ ଜଣାପଡିନାହିଁ।