ପୋଖରୀରୁ ଯୁବତୀଙ୍କ ମୃତଦେହ ଉଧାର
କୋଣାର୍କ, (ଗଣେଶ ବେହେରା): ସୋମବାର ପୋଖରୀରୁ ଯୁବତୀଙ୍କ ମୃତଦେହ ଉଧାର ହୋଇଛି । କୋଣାର୍କ ଥାନାନ୍ତର୍ଗତ କାଦୁଆ-ନୂଆଗାଁ ପଂଚାୟତର ପୁବେଇ ଗ୍ରାମର ଉପେନ୍ଦ୍ର ବେହରୋଙ୍କ ଝିଅ ଶୁଭଲକ୍ଷ୍ମୀ । ବୟସ ୨୦ବର୍ଷ । ରବିବାର ସଂଧ୍ୟାରେ ଶୁଭଲକ୍ଷ୍ମି ଶୈାଚ ହେବା ପାଇଁ ଘର ପାଖ ପୋଖରୀକୁ ଯାଇଥିଲେ । ପୋଖରୀରେ ପାଣି ଅଧିକ ଥିବାରୁ ତାଙ୍କର ଗୋଡ ଖସି ଯାଇଥିଲା । ଫଳରେ ସେ ବୁଡି ଯାଇଥିଲେ । ପରିବାର ଲୋକମାନେ ଖୋଜାଖୋଜି କରିଥିଲେ ମଧ୍ୟ ଶୁଭଲକ୍ଷ୍ମିଙ୍କୁ ପାଇନଥିଲେ । ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ କର୍ମଚାରୀ ପହଂଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଧାର କାର୍ଯ୍ୟରେ ଲାଗି ପଡିଥିଲେ । ହେଲେ ଯୁବତୀଙ୍କ ପତା ମିଳିନଥିଲା । ସୋମବାର ପୋଖରୀରେ ଯୁବତୀଙ୍କ ମୃତଦେହ ଭାସିଥିଲା । ଅଗ୍ନିଶମ କର୍ମଚାରୀ ପୋଖରୀ ଭିତରୁ ଯୁବତୀଙ୍କୁ ଉଧାର କରିଥିଲେ । ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ନିମନ୍ତେ ପଠାଯାଇଥିବା ଆଇଆଇସି ରଂଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।