ପୋଖରୀରୁ ୫୩୮ କେଜି ରକ୍ତ ଚନ୍ଦନ କାଠ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥିତ ମହେନ୍ଦ୍ରବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ୫୩୮ କେଜି ଓଜନର ୨୭ ଗୋଟି ଦୁର୍ଲଭ ରକ୍ତ ଚନ୍ଦନ କାଠ ଗଣ୍ଡି ଜବତ କରାଯାଇଥିବାର ଜଣା ପଡିଛି. ଆଜି କୌଣସି ସୂତ୍ରରୁ ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ତାଙ୍କ ପୋଲିସଟିମ ଏମ. ପାଇଲମ୍ ଗ୍ରାମ ଠାରେ ଥିବା ଏକ ପୋଖରୀ ପାଣି ମଧ୍ୟରେ ଦୁର୍ଲଭ ରକ୍ତ ଚନ୍ଦନ କାଠ ପଡିଥିବାକୁ ନେଇ ଚଢ଼ଉ କରିଥିଲେ. ଏହାପରେ ନାରାୟଣପୁରସ୍ଥିତ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛା ନେତୃତ୍ୱରେ ବନ ବିଭାଗରଟିମ ପହଞ୍ଚି ଉଭୟ ପୋଲିସ ଓ ବନ ବିଭାଗ କର୍ମଚାରୀମାନେ ପୋଖରୀ ପାଣି ମଧ୍ୟକୁ ଓଲ୍ହାଇ ୨୭ ଗୋଟି ଦୁର୍ଲଭ ରକ୍ତଚନ୍ଦନ କାଠ ଗଣ୍ଡିକୁ ଉଦ୍ଧାର କରି ଜବତ କରିଥିଲେ. ଜବତ ରକ୍ତ ଚନ୍ଦନ କାଠ ଗଣ୍ଡି ଗୁଡିକୁ ନାରାୟଣପୁର ସ୍ଥିତ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟଳୟକୁ ନିଆଯିବା ପରେ ଓଜନ କରାଯାଇଥିଲା. ହେଲେ ଏହି ଘଟଣାରେ କେହି ଦୁର୍ବତ୍ତ ଧରା ପଡି ନ ଥିବା ବେଳେ ଏହି ରକ୍ତ ଚନ୍ଦନ କାଠ ଗୁଡିକୁ ଚାଲାଣ ନିମନ୍ତେ ଦୁର୍ବୁତ୍ତ ପୋଖରୀ ମଧରେ ଲୁଚାଇ ରଖିଥିବାର ଅନୁମାନ କରାଯାଉଛି. ଏନେଇ୧/୨୩-୨୪ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ପରିଚ୍ଛା ସୂଚନା ପ୍ରଦାନ କରିଛନ୍ତି. ଏହି ମିଳିତ ଚଢ଼ାଉରେ ଗାରବନ୍ଧ ପୋଲିସ ପକ୍ଷରୁ ଏସଆଇ ନାରାୟଣ ଦାସ, ଏଏସଆଇ ଅଶୋକ କୁମାର ବେହେରା ପ୍ରମୁଖଙ୍କ ସହ ମହେନ୍ଦ୍ର ବନାଞ୍ଚଳର ଗାରବନ୍ଧ ଫରେଷ୍ଟର କେ.କମେଶ୍ଵର ରାଓ ପ୍ରମୁଖଙ୍କ ସହ ବହୁ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ. ଏହି ଚନ୍ଦନ କାଠର ମୂଲ୍ୟ ଆନୁମାନିକ ଭାବେ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ