ପୋଖରୀରେ ପଡି ବୃଦ୍ଧ ମୃତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଣିଆପଙ୍କ ଗ୍ରାମରେ ପୋଖରୀରେ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବିମ୍ବାଧର ନାୟକ ନାମକ ଜଣେ ୭୫ବର୍ଷର ବୃଦ୍ଧ ଆଜି ସକାଳୁ ସକାଳୁ ଶୌଚପାଇଁ ଗାଁ ପୋଖରୀକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଗାଁ ପୋଖରୀରୁ ତାଙ୍କୁ ଉଦ୍ଧାର କରି ଆଗରପଡା ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ