ପୋଖରୀରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରିଦେଇଥିବା ଅଭିଯୋଗ
କେନ୍ଦ୍ରାପଡା -ପୋଖରୀରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରି ଦେଇ ଥିବାର ନିକିରାଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଚଣ୍ଡି ମନ୍ଦିର ନିକଟରେ ଥିବା ଏକ ପୋଖରୀ କୁ ସେହି ଗ୍ରାମର ଶରତ ମଲ୍ଲିକ ନାମକ ବ୍ୟକ୍ତି ନିଲାମ ନେଇଥିଲେ । ସେହି ପୋଖରୀଟିକୁ ନିଲାମ ନେବା ପାଇଁ ଆଶା ରଖିଥିବା ସେହି ଗ୍ରାମର କିଛି ଖଳ ପ୍ରକୁତିର ଲୋକ ଗତ ଶକ୍ରବାର ରାତିରେ ସେହି ପୋଖରୀରେ ବିଷ ପକାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଫଳରେ ପୋଖରୀରେ ଛଡା ଯାଇଥିବା ଲକ୍ଷାଧିକ ଟଙ୍କାର ମାଛ ମରି ଯାଇଛନ୍ତି । ଏ ସମ୍ପର୍କରେ ଶରତ ନିକିରାଇ ଥାନାରେ ଅଭିଯୋଗ କରିବା ପରେ ସେହି ଅଭିଯୋଗକୁୁ ଭିତି କରି ନିକିରାଇ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି ।