ପୋଖରୀରେ ବିଷ ଯୋଗୁଁ ଲକ୍ଷାଧିକ ଟଙ୍କା ର ମାଛ ନଷ୍ଟ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ଚୌରାଶି ଗ୍ରାମରେ ଥିବା ଛଅ ଏକର ବିଶିଷ୍ଟ ଖଜୁରିଆ ପୋଖରୀ ରେ ଗ୍ରାମବାସୀ ମାନେ ଗ୍ରାମର ଉନ୍ନତି ଲାଗି ମାଛ ଚାଷ କରିଥିଲେ ।ମାତ୍ର ଗତକାଲି ରାତି ରେ କେହି ଦୁର୍ବୃତ୍ତ ଉକ୍ତ ପୋଖରୀରେ ବିଷ ପକାଇ ଦେଇଥିବାରୁ ପୋଖରୀରେ ଥିବା ଶହ ଶହ ମାଛ ମରି ଭାସୁଥିବା ଦେଖାଯାଇଛି।ଖବର ପାଇ ଗ୍ରାମବାସୀ ଙ୍କ ସମେତ ସରପଂଚ ଙ୍କ ପ୍ରତିନିଧି ଅରକ୍ଷିତ ଭୋଇ, ସମିତି ସଭ୍ୟ ଙ୍କ ପ୍ରତିନିଧି ପ୍ରକାଶ ସାହୁ, ପ୍ରଭାତ ଦାଶ ପ୍ରମୁଖ ପୋଖରୀ ନିକଟରେ ପହଂଚି ଘଟଣା ର ଅନୁଧ୍ୟାନ କରିଛନ୍ତି ।ପୋଖରୀ ରେ ଥିବା ଅବଶିଷ୍ଟ ମାଛ କିପରି ବଞ୍ଚିବେ ସେଥିଲାଗି ପୋଖରୀରେ ଚୂନ ଓ ବିଷ କାଟିବା ଲାଗି ଔଷଧ ଆଣି ଗ୍ରାମ ବାସୀ ମାନେ ପକାଇଛନ୍ତି ।ପ୍ରକାଶ ଥାଉ କି ଏହି ପୋଖରୀରେ ମାଛ ଚାଷ କରି ଗ୍ରାମବାସୀ ମାନେ ଗ୍ରାମରେ ଥିବା ଠାକୁର ଙ୍କ ପର୍ବ ପର୍ବାଣୀ ଓ ଗ୍ରାମର ଉନ୍ନତି ଲାଗି ଅର୍ଥ ଖର୍ଚ୍ଚ କରିଥାନ୍ତି ।ମାତ୍ର ରାଜନୈତିକ ଆକ୍ରୋଶ ମନୋଭାବ ରଖି କେହି ଦୁର୍ବୃତ୍ତ ଏପରି କାଣ୍ଡ କରିଥିବା ଗ୍ରାମ ବାସୀ ମାନେ କହିଛନ୍ତି


