ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ

ଯାଜପୁର- (ଯୁଗାଦ୍ଧ ନ୍ୟୁଜ୍)- ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ, ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ ତହିଲା ସାହି ରାମଠେଗା ପୋଖରୀରେ ଢେଙ୍କନାଳ ଜିଲା ଭୁବନ ଥାନା ହେମନ୍ତ ମିଶ୍ରଙ୍କ ପୁଅ କାହ୍ନୁ (୧୬) ବୁଡି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି ଆଜି ମଧ୍ୟାହ୍ନରେ ପିଉସୀ ଘରେ ରହି ପାଠ ପଢୁଥିବା କାହ୍ନୁ ବାଡ଼ି ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ, ବହୁତ୍ ଖୋଜା ଖୋଜୀ ପରେ ପୋଖରି ହୁଡାରେ ତାଙ୍କ ଚପଲ ପଡିଥିବା ଦେଖିବାକୁ ମିଳିଥିଲା ପରେ ସୁକିନ୍ଦା ଦମକଳ ବାହିନୀ ଆସି ପୋଖରୀରେ ଖୋଜିବା ପରେ ପୋଖରି ରୁ କାହ୍ନୁଙ୍କ ମୃତ ଦେହ ଉଦ୍ଧାର କରିଥିଲେ, ସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଦାନଗଦି ମେଡିକାଲକୁ ପଠାଇଥିବା ଜାଣିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ