ପୋଖରୀରେ ବୁଡ଼ି ନାବାଳିକା ମୃତ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପଟିଗୁଡ଼ା ଗ୍ରାମ କାଳୀ ମନ୍ଦିର ପୋଖରୀରେ ବୁଡ଼ି ଶନିବାର ସଂଧ୍ୟାରେ ଜଣେ ନାବାଳିକା ଙ୍କ ମୃତ ଘଟିଛି l ମୃତକ ନାବାଳିକା ଜଣଙ୍କ ହେଲେ ପଟିଗୁଡ଼ା ଗ୍ରାମର ରାମ ଗୌଡ଼ ଙ୍କ ଝିଅ ସୋନାଲି ଗୌଡ଼ (୧୦) l ସୂଚନା ଯୋଗ୍ୟ ରାମ ଗୌଡ଼ ପରିବାର ଭରଣ ପୋଷଣ ବିଦେଶ ରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ରୁନୁ ଗୌଡ଼ ଗ୍ରାମରେ ଲେବର କାମ କରୁଛନ୍ତି l ମୃତ ସୋନାଲି ଗୌଡ଼ ଶନିବାର ଅପରାହ୍ନ ୩ ଟା ରେ ଗ୍ରାମର କାଳୀ ମନ୍ଦିର ପୋଖରୀ କୁ ଗାଧେଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ l ସୋନାଲି ଘରକୁ ଫେରିବାରେ ବିଲମ୍ୱ ହେବାରୁ ମା ରୁନୁ ପୋଖରୀ ନିକଟକୁ ଆସି ଖୋଜାଖୋଜି କରିବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ ଗ୍ରାମବାସୀ ପୋଖରୀ ରେ ଖୋଜା ଖୋଜି କରି ସୋନାଲିକୁ ପୋଖରୀ ରୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ସୋନାଲିକୁ ମୃତ ଘୋଷଣା କରିଥିଲେ l ଖବର ପାଇ ପାଟପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଦେହ ଜବତ୍ କରି ଏକ ଅପମୃତ ମାମଲା ୧୪/୨୧ ରୁଜ୍ଜୁ କରି ରବିବାର ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି l ସୋନାଲି ର ମୃତ କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ