ପୋଖରୀରେ ବୁଡିଯାଇ ଯୁବକ ମୃତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ପନ୍ଦାଡୋ ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଗାଧୋଇବା କୁ ଯାଇଥିବା ସମୟରେ ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣା ଯାଇଛି। ସୂଚନାରୁ ଜଣାଯାଇଛି ଯେ ଗ୍ରାମର ଅଲେଖ ଜେନାଙ୍କ ପୁଅ ଅଶୋକ ଜେନା(୪୦) ଆଜି ମଧ୍ୟାନ୍ନରେ ସବୁଦିନ ଭଳି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଆସି ଖୋଜିବାରୁ ତାଙ୍କ ଜୋତା ପୋଖରୀ ତୁଠରେ ଥୁଆ ହୋଇଥିବା ଦେଖିବାକୁ ପାଇବାରୁ ପୋଖରୀ ଭିତରେ ପଶି ଖୋଜାଖୋଜି କରିବା ପରେ ପୋଖରୀ ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଅଗ୍ନିଶମ ବିଭାଗ ସହଯୋଗରେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ନନ୍ଦିପଦା ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ