ପୋଖରୀରେ ବୁଡିଯାଇ ଶିଶୁକନ୍ୟାର ମୃତ୍ୟୁ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଗ୍ରାମର ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାର ପୋଖରୀରେ ବୁଡିଯାଇ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାିଛି ଯେ ଗ୍ରାମର ମନୋଜ ବେହେରାଙ୍କ ଅଢ଼େଇ ବର୍ଷର ଝିଅ ପାୟଲ ବେହେରା ଗତ ତିନିଦିନ ତଳେ ବଡଓଷା ପାଇ ନିଜ ମା ସହିତ ମାମୁଁ ଘର ଅଗିରାଗଡିଆକୁ ଯାଇଥିଲା । ମାମୁଁ ଘରେ ଥିବାବେଳେ ଗତକାଲି ସନ୍ଧ୍ୟାରେ ସେ ବାଡିପଟେ ଖେଳୁଥିବା ସମୟରେ କୌଣସି କାରଣରୁ ପୋଖରୀରେ ପଡି ଯାଇଥିଲା । ପରିବାର ଲୋକେ ତାକୁ ଉଦ୍ଧାରକରି ଭଦ୍ରକ ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ହୋଇ ଘରକୁ ଆସିବାପରେ ଏକ ଶୋକାକୁଳ ପରିବେଶରେ ଶିଶୁକନ୍ୟାର ସଂସ୍କାର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ