ପୋଖରୀରେ ବୁଡି ଜଣେ ମୃତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ଥାନା ଅନ୍ତର୍ଗତ ହାତିବନ୍ଧ ସାହିରେ ଥିବା ଏକ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି ।ମୃତକ ଜଣଙ୍କ ହେଲେ ମାଲ ସାହିରେ ଭଡାରେ ରହୁଥିବା ବିଧାନ ଚନ୍ଦ୍ର ପାତ୍ର(୫୨)। ମିଳିଥିବା ସୂଚନା ମୁତାବକ ବିଧାନ ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ରାତ୍ରୀ ଜଗୁଆଳ ଭାବେ କାଯ୍ୟ କରୁଥିଲେ। ସକାଳେ କଲେଜରୁ ଆସି ସେ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ଗୋଡ଼ ଖସିଯିବାରୁ ସେ ବୁଡି ଯାଇଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ପଠାଇଥିଲେ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏ ନେଇ କେସ ନମ୍ବର ୬୭/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ