ପୋଖରୀରେ ବୁଡି ଜଣେ ମୃତ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜଣେ ବ୍ୟକ୍ତି ପୋଖରୀରେ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଅରୁଣ କୁମାର ପରିଡା (୪୨) ନାମକ ଜଣେ ବ୍ୟକ୍ତି ଗତ ଶୁକ୍ରବାର ରାତିରେ ଶୌଚ ହେବାପାଇଁ ଆସି ଆଉ ଘରକୁ ଫେରି ନଥିଲା । ପରିବାର ଲୋକମାନେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ମିଳି ନଥିଲା । ନିକଟସ୍ଥ କୁଣ୍ଡି ପୋଖରୀରେ ବୁଡି ଯାଇଥିବା ସନ୍ଦେହରେ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ମିଳି ନଥିଲା । ଗତକାଲି ସକାଳେ ପୁନର୍ବାର ଜାଲୁଆଙ୍କୁ ଡାକି ଖୋଜିବାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଶୌଚ ପାଇଁ ପୋଖରୀକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବଦ କରିବା ସହିତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ