ପୋଖରୀରେ ବୁଡି ନବ ବିବାହିତ ଯୁବକଙ୍କ ମୃତ୍ୟୁ

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋଇ):ମଙ୍ଗଳବାର ଭୋର ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟଵରପୁର ପଂଚାୟତ ବିଞ୍ଚଣା ଗ୍ରାମର ପୁରୁଷୋତ୍ତମ ସାହୁଙ୍କ ପୁଅ ଦିବା ସାହୁ(27) l ଦିବା ଗତ କାଲି ରାତିରେ ଘରେ ଖାଇ ସାରି ନିକଟସ୍ଥ ନେଟଙ୍ଗା ଗ୍ରାମକୁ ରାମାୟଣ ନାଟକ ଦେଖିବାକୁ ଯାଇଥିଲେ l ଆଜି ଭୋରରୁ ନାଟକ ଦେଖିସାରି ଘରକୁ ଫେରୁଥିବା ବେଳେ ଗାଁ ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ସେଠାରେ ଗୋଡ଼ ଖସିଯିବାରୁ ପାଣିରେ ପଡି ବୁଡ଼ିଯାଇଥିଲେ l କିଛି ସମୟ ପରେ ଲୋକ ମାନେ ଦେଖି ଦିବା ଙ୍କୁ ପାଣିରୁ ଉଦ୍ଧାର କରି ଗୋବରା ମେଡ଼ିକାଲରେ ଭର୍ତି କରିଥିଲେ l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ଗାଙ୍ଗପୁର ପୋଲିସ ଖବର ପାଇବା ପରେ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ଠାରେ ଶବ ବ୍ୟବଚ୍ଛେଦ କରାଇ ତାର ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି l ପ୍ରକାଶ ଥାଉକି ଦିବା ଏକ ମାସ ତଳେ ବିବାହ କରିଥିଲେ l ଫୋଟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ