ପୋଖରୀରେ ବୁଡି ନାବାଳକର ମୃତ୍ୟୁ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ ଦିଅଁ ବନ୍ଧ ଠାରେ ସୁନ୍ଦରପୁର ଅଂଚଳରେ ଜଣେ ନାବାଳକର ପାଣିରେ ବୁଡି ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲା ଗ୍ରାମର ହୀନ ଦାସଙ୍କ ପୁଅ ଶିବ ଦାସ (୧୫) । ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଶିବ ଗ୍ରାମର ଦିଅଁ ବନ୍ଧକୁ ଗାଧେଇବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ବନ୍ଧରେ ବୁଡିଯାଇଥିଲା । ଶିବକୁ ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନାର ସବ ଇନସିପେକ୍ଟର ବିଶ୍ୱମ୍ବର କଅଁର ମେଡିକାଲରେ ପହଂଚି ଛତ୍ରପୁର ଥାନାରେ ୧୭/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।