ପୋଖରୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ଥାନା ଅଧୀନସ୍ଥ ସାନଖେମୁଣ୍ଡି ବ୍ଳକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ବର ଗ୍ରାମରେ ଜଣେ ବୃଦ୍ଧ ଙ୍କ ଶନିବାର ବିଳମ୍ବିତ ରାତିରେ ପୋଖରୀ କୁ ଶୌଚ କରିବା ପାଇଁ ଯାଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମୃତ ବୃଦ୍ଧ ଜଣକ ହେଲେ ଗ୍ରାମର ରାଧାମୋହନ ସ୍ବାଇଁ (୭୨) ସୂଚନା ପ୍ରକାରେ ରାଧାମୋହନ ରାତି ୧୦ଘଣ୍ଟା ସମୟରେ ନିକଟସ୍ଥ କାର୍ଜୀ ବନ୍ଧକୁ ଶୌଚ ପାଇଁ ଯାଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଯାହାଫଳରେ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି କରିଥିଲେ । ଏହାପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ ବୃଦ୍ଧଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାକାର ଉପସ୍ଥିତ ଡାକ୍ତର ରାଧାମୋହନଙ୍କ ମୃତ୍ୟୁ ହୋଇଥିବା ପରିବାରକୁ ଜଣାଇଥିଲେ । ରବିବାର ସକାଳୁ ଦିଗପହଣ୍ଡି ଥାନା ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ ୭/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ