ପୋଖରୀରେ ବୁଡି ମୃତ ୨ଶିଶୁ ପରିବାରକୁ ସହାୟତା
ଛତ୍ରପୁର,(ଦେବଦତ୍ତ ମହାରଣା); ପୋଖରୀରେ ବୁଡି ୨ଶିଶୁ ମୃତ ହୋଇଥିବା ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ ପରିବାରକୁ ଯୁବ ଓଡିଆ ମୁନି ଓ ରାଉଲ କୁଳ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କୁଳର ରାଜ୍ୟ ସଭାପତି ସାର୍ଥକ ମୁନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ଜିଲ୍ଲା ସଭାପତି ବିରେନ୍ ରାଉଳ, ତେରସ୍ଥାନ ତାଲୁକା ସଭାପତି ଅମିତ ରାଉଳ, ଆଶୁତୋଷ ମହାପାତ୍ର ଓ ତାପସ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମୃତ ଦ୍ୱୟ ଶିଶୁଙ୍କ ପରିବାରକୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଯେ, ଗତ ୧୦ ତାରିଖ ଅପରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ ୭ ବର୍ଷ ବୟସର ବାଦଲ ଏବଂ ୪ ବର୍ଷ ବୟସର ଝିଅ ବର୍ଷା ବିରେଶ୍ୱର ମନ୍ଦିର ନିକଟରେ ଥିବା ଏକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିଲେ ।