ପୋଖରୀରେ ବୁଡି ଯୁବକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବାଲିଆଢିପା ଗ୍ରାମର ଜନୈକ ଯୁବକ ସୋମବାର ଦିନ ପୂର୍ବାହ୍ନରେ ଗ୍ରାମ୍ୟ ପୋଖରୀରେ ଶୌଚ କରୁଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି । ସୂଚନାଯୋଗ୍ୟ ଯେ ବାଲିଆଢିପା ଗ୍ରାମର ଧନୁ ମାରାଣ୍ଡିର ୧୮ ବର୍ଷୀୟ ପୁଅ କୁଅଁର ମାରାଣ୍ଡି ଆଜି ସକାଳେ ଗାଧୋଇବାକୁ ଯାଇଥିଲେ । ପରେ ଘରକୁ ଫେରି ନ ଥିଲେ ଘର ଲୋକ ଖୋଜାଖୋଜି ପରେ କୁଅଁର ର ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ୨୧/୨୦ ରୁଜୁ କରି ମୃତକଙ୍କୁ ପଞ୍ଚନାମା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ