ପୋଖରୀରେ ବୁଡି ଯୁବକ ମୃତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଟସହି ଗ୍ରାମ ପଞ୍ଚାୟତ ଅଧିନଥିବା ଭୋଇ ସହି ଗ୍ରାମର ନରେନ୍ଦ୍ର ଭୋଇଙ୍କ ପୁତ୍ର ସୁଶାନ୍ତକୁମାର ଭୋଇ ଗ୍ରାମର ନିକଟସ୍ଥ ପ୍ରସିଦ୍ଧ ଲୁଣିଆ ମେଳଣ ପଡିଆ ପୋଖରୀକୁ ଦିନ ୧୧ ଟା ସମୟରେ ଗାଧୋଇବା ପାଇଁ ଯାଇଥିଲେ।ଭୁଲ ବସତ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ।ସୁଶାନ୍ତ ବୁଡିଯିବା ଦେଖି ସାଙ୍ଗମାନେ ଚିତ୍କାର କରିଥିଲେ।ଏଵଂ ଗ୍ରାମ ଲୋକ ମାନଙ୍କ ସାହାଯ୍ୟ ରେ ତାଙ୍କୁ ଉଦ୍ଧାର କରି।ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ।କିନ୍ତୁ ପହଁଚିଲା ବେଳକୁ ସୁଶାନ୍ତଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ।ଏ ନେଇ ସୁଶାନ୍ତ ଙ୍କ ଭାଇ ଦିଗ ବିଜୟ ଭୋଇ ଧୂଷରୀ ଥାନାରେ ଏ ତା ଲା ଦେବାପରେ ଧୂଷରୀ ପୋଲିସ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଥିଲେ।ଏ ନେଇ ଧୁଷୁରୀ ଥାନାରେ ୩୫/୨୧ ଅପମୃତ ମାମଲା ରୁଜୁ ହୋଇଛି।ଏ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ