ପୋଖରୀରେ ବୁଡି ଯୁବକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ନିକଟ ବିଶ୍ୱାସରାୟ ପୋଖରୀ ରେ ବୁଡ଼ିଯାଇ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ତାଙ୍କ ଶବ ଉଦ୍ଧାର କରାଯାଇଛି।ମୃତକ ଜଣକ ହେଲେ ଦିଗପହଣ୍ଡି ବଡ଼ ବନ୍ଧସାହିର ଲିକା ସାହୁ ଓରଫ ନିକା(୪୮)।ସେ ବ୍ରହ୍ମପୁର ର ବିଭିନ୍ନ ହୋଟେଲ ରେ ରୋଷେୟା କାମ କରୁଥିବା ବେଳେ ଅସୁସ୍ଥତା କାରଣରୁ କିଛିଦିନ ହେଲା ଦିଗପହଣ୍ଡି ଫେରି ଆସି ବିଭିନ୍ନ ଲୋକଙ୍କ ଠାରୁ ମାଗି ଯାଚି ଚଳୁଥିଲେ।ଆର୍ଥିକ ଅନାଟନ କାରଣରୁ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ସ୍ଥିତ ବାପ ଘରେ ରହୁଛନ୍ତି।ଗୁରୁବାର ରାତିରେ ସେ ଶୌଚ ପାଇଁ ପୋଖରୀ କୁ ଯାଇଥିବା ବେଳେ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିବା ଅନୁମାନ କରାଯାଉଛି। ଦିଗପହଣ୍ଡି ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ.୫/୨୫ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।