ପୋଖରୀରେ ବୁଡି ଶିଶୁର ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପୋଖରୀ ରେ ବୁଡି ଶିଶୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡ଼ି ଗ୍ରାମର ରଞ୍ଜନ ସାହୁଙ୍କ ୩ ବର୍ଷର ପୁଅ ସିଦ୍ଧାର୍ଥ ସକାଳେ ଘର ପାଖରେ ଖେଳୁଥିବା ବେଳେ ଘର ନିକଟରେ ଥିବା ପୋଖରୀ ମଧ୍ୟକୁ ଖସିପଡ଼ିଥିଲା l ପୋଖରୀ ଭିତରେ ଖସିବା ସମୟରେ କେହି ଦେଖିପାରିନଥିଲେ l ଯେତେବେଳେ ପାଣିରେ ସିଦ୍ଧାର୍ଥଙ୍କ ମୃତ ଦେହ ଭାସିଲା ଲୋକେ ଦେଖି ସଙ୍ଗେସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ସିଦ୍ଧାର୍ଥଙ୍କୁ ମୃତ ଘୋଷଣା କରିଥିଲେ l ପାଟପୁର ଥାନା ଏସ ଆଇ ଟୁନା ପୀଡ଼ିକା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିବା ବେଳେ ଅପମୃତ୍ୟୁ ମାମଲା ୨୩/୨୨ରେ ରୁଜୁ କରି ତଦନ୍ତ ଚଳାଇଛନ୍ତି l ଘଟଣା ସ୍ଥଳକୁ ଜିଲ୍ଲାପରିଷଦ ସଭ୍ୟ ଅମିନ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ଶିବରାମ ସ୍ୱାଇଁ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ସାନ୍ତ୍ମନା ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ