ପୋଖରୀରେ ବୁଡି ୧୦ ବର୍ଷର ବାଳକ ମୃତ୍ୟୁ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶୁକ୍ରବାର ସକାଳ ୯ଘଣ୍ଟ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ପଞ୍ଚାୟତର କୋକଲୁଣ୍ଡା ଗ୍ରାମର ବାରିତଳ ସାହିରେ ରହୁଥିବା ମୃତ ଜିତେନ୍ଦ୍ର ମଳିକର ପୁଅ ଚତୁର୍ଥ ଶ୍ରେଣୀର ଛାତ୍ର ଆୟୁଷ ମଳିକ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆୟୁଷ ନିଜ ଗ୍ରାମର ୪ ରୁ ୫ ଜଣ ସାଙ୍ଗ ସାଥି ହୋଇ ନିକଟରେ ଥିବା ଗୁଡ଼ିବନ୍ଧ କୁ ଗାଧେଇବା ପାଇଁ ଯାଇଥିଲା। ଗାଧେଇବା ସମୟରେ ଆୟୁଷ କେତେବେଳେ ପାଣିରେ ବୁଡି ଯାଇଥିଲା ସାଙ୍ଗମାନେ ଜାଣିପାରିନଥିଲେ। ପରେ ସାଙ୍ଗମାନେ ଆୟୁଷ କୁ ନପାଇ ଗ୍ରାମକୁ ଆସି କିଛି ଲୋକଙ୍କୁ ଖବର ଦେବାପରେ ଗ୍ରାମର କିଛି ଯୁବକ ପୋଖରୀ ନିକଟକୁ ଯାଇ ପାଣିରେ ଖୋଜାଖୋଜି କରିବା ପରେ ଆୟୁଷ କୁ ମୁର୍ମୁସ ଅବସ୍ଥାରେ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲକୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିର୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଆୟୁଷ କୁ ମୃତ ଘୋଷଣା କରିଥିଲେ। ପରେ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବେବଛେଦ କରାଇ ତାର ପରିବାରକୁ ଶବ ହସ୍ତାନ୍ତର କରିଥିଲେ । ପୁଅର ମୃତ୍ୟୁକୁ ମାଆ ସୁଜାତା ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରକାଶ ଥାଉକି, ପ୍ରାୟ ୮ ବର୍ଷ ତଳେ ସୁଜାତାଙ୍କ ସ୍ୱାମୀ ଜିତେନ୍ଦ୍ର ସ୍ବାସ୍ତ୍ୟ ସମସ୍ୟା ଯୋଗୁଁ ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ଏକମାତ୍ର ପୁଅର ମୃତ୍ୟୁ ହୋଇଯାଇଥିବାରୁ ମା ସୁଜାତା ସମ୍ପୂର୍ଣ ଭାଙ୍ଗିପଡ଼ି ଏକୁଟିଆ ହୋଇଯାଇଛନ୍ତି। ସୁଜାତା ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ