ପୋଖରୀରେ ବୁଡି ୩ ବର୍ଷର ଶିଶୁ ପୁତ୍ର ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ସର୍କଲ ଅନ୍ତର୍ଗତ ତିରିଂ ଥାନା ଅଧୀନସ୍ଥ ଝରାଡିହି ଫାଣ୍ଡି ଅଞ୍ଚଳର ଶନିବାର ଖରାବେଳେ ବଡକେରମ ଗାଁରେ ଏକ ତିନି ବର୍ଷୀୟ ଶିଶୁପୁତ୍ର ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ବଡକେରମ ଗାଁର ସେକ୍ ଜମାଗୁଲ ରେହେମାନର ଘର ସାମନା ରାସ୍ତା ସେ ପାଖରେ ଏକ ପୋଖରୀ ଅଛି । ତାଙ୍କର ୩ ବର୍ଷର ପୁଅ ଖେଳୁ ଖେଳୁ ପୋଖରୀରେ ପଡ଼ିଯାଇଥିଲା । ରାସ୍ତାରେ ଯାଉଥିବା ଲୋକେ ପୋଖରୀରେ ପିଲାଟି ଭାସୁଥିବା ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ । ସେତେବେଳକୁ ସବୁ ଶେଷ ହୋଇସାରିଥିଲା । ପରେ ଘର ଲୋକେ ପୋଖରୀରୁ ଶିଶୁକୁ ଉଦ୍ଧାର କରିଥିଲେ । ସେତେବେଳେ ପିଲାଟିର ପ୍ରାଣବାୟୁ ଉଡି ଯାଇଥିଲା ।


