ପୋଖରୀରେ ବୁଡ଼ି ନାବାଳିକାର ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମ ପଞ୍ଚାୟତ ଦୋଉଳପେଢ଼ୀ ଗ୍ରାମର ନିଳାଞ୍ଚଳ ବେହେରାଙ୍କ ଝିଅ ସାଲିନୀ ବେହେରା (୬) ସାଙ୍ଗସାଥି ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲେ । ସାଙ୍ଗସାଥିମାନେ ଏ ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ ପରେ ଗ୍ରାମବାସୀଙ୍କ ସହ ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ, ସମିତି ସଭ୍ୟ ପ୍ରତିନିଧି ଜଗନ୍ନାଥ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସାଲିନୀକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଖବର ପାଇ ପାଟପୁର ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇ ବ୍ରହ୍ମପୁର ମେଡିକାଲ୍ ପଠାଇଛି । ଏନେଇ ପାଟପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।


