ପୋଖରୀରେ ବୁଡ଼ି ବୃ୍ଦ୍ଧ ମୃତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଗୋବରା କୂମ୍ଭାର ସାହିର ବାଞ୍ଚାନିଧି ଗୌଡ଼ ସବୁଦିନ ଭଳି ଆଜି ସକାଳ ସାତ ଘଣ୍ଟା ତିରିଶ ମିନିଟ୍ ସମୟରେ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ବାସୁଦେବପୁର ପୋଖରୀକୁ ଗାଧୋଇବାକୁ ଯାଇଥିଲେ I ସେଠାରେ ଅସାବଧାନତା ବଶତଃ ସେ ପାଣିରେ ବୁଡ଼ି ଯାଇଥିଲେ I ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ତାଙ୍କ ପରିବାର ଏବଂ ସମ୍ପର୍କୀୟ ମାନେ ତାଙ୍କୁ ଖୋଜାଖୋଜି କରିଥିଲେ I ସେ ଗାଧୋଇବାକୁ ଯାଇଥିବା ପୋଖରୀ ତୁଠରେ ତାଙ୍କର ଚଦର ଏବଂ ଜୋତା ଥିବା ଦେଖି ସେ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ପୋଖରୀରେ ଖୋଜାଖୋଜି କରିଥିଲେ I ବହୁ ଖୋଜାଖୋଜି ପରେ ସକାଳ ଦଶଟା ସମୟରେ ବାଞ୍ଛାନିଧିଙ୍କ ଶବ ପୋଖରୀରୁ ଉଦ୍ଧାର କରାଯାଇଥିଲା I ତାଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ I ଏନେଇ ବାଞ୍ଛାନିଧିଙ୍କ ପୁଅ ପ୍ରସନ୍ନ କୁମାର ଗୌଡ଼ ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୨୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ବାଞ୍ଛାନିଧିଙ୍କ ଶବକୁ ଜବତ କରାଯାଇ ଭଞ୍ଜନଗର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା I ଶବ ବ୍ୟବଛେଦ ପରେ ବାଞ୍ଛାନିଧିଙ୍କ ଶବକୁ ପାରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା I ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ବାଞ୍ଚାନିଧି ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି I


