ପୋଖରୀ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ପୋଖରୀ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଯୁବକ ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ଭାବରଡା ଗ୍ରାମର ଅମୀର ସେଠୀ( ୩୦) । ସୂଚନା ମୁତାବକ ମାର୍ଚ୍ଚ ୧୧ ତାରିଖ ସଖାଳ ସମୟରେ ଅମୀର ସେଠୀ ଭାବରଡା ଗ୍ରାମର ଟୋକେଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଆମରଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସି ଯିବାରୁ ଅମୀର ଗଭୀର ପାଣି ଭିତରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ଖବର ପାଇ ଅମୀରକୁ ଗଭୀର ପାଣିରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୋଲସରା ମେଡିକାଲକୁ ଆଣିଥିଲେ। ପୋଲସରା ମେଡିକାଲରେ ଡାକ୍ତର ଅମୀର ସେଠୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲସରା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ଅମୀରଙ୍କ ମୃତ୍ୟୁରେ ଭାବରଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ