ପୋଖରୀ ପାହାଚରୁ ଖସି ବୃଦ୍ଧାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି।ସମ୍ପୃକ୍ତ ଗ୍ରାମର ଜଣେ ବୃଦ୍ଧା ପୋଖରୀକୁ ଗାଧୋଇ ଯିବାକୁ ଯିବା ସମୟରେ ତୁଠ ପାହାଚରେ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ମୃତ ବୃଦ୍ଧା ହେଲେ ସ୍ବର୍ଗତ କାଳୁ ରାଉତଙ୍କ ଧର୍ମ ପତ୍ନୀ କମା ରାଉତ (୬୦)। ପୁଲିସ ସୂଚନା ପ୍ରକାରେ ମୃତ କମା ଗ୍ରାମ ପୋଖରୀକୁ ଗାଧୋଇ ଯିବା ପାଇଁ ବାହାରିଥିଲେ।ପୋଖରୀ ଭିତରକୁ ସ୍ନାନ ପାଇଁ ଯିବା ପୂର୍ବରୁ କୌଣସି କାରଣ ବଶତଃ ନିୟନ୍ତ୍ରଣ ହରାଇ ଗୋଡ ଖସି ପାହାଚ ଉପରେ ପଡି ପ୍ରାଣ ହରାଇଥିଲେ।ଗ୍ରାମବାସୀ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ଖବର ପାଇ ପୁଲିସ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିଛି।ଏନେଇ ହିଞ୍ଜିଳି ଥାନାରେ କେଶ ନଂ ୨୫/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମଙ୍ଗଳବାର ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଯିବ ଵୋଲି ପୁଲିସ ଜଣାଇଛିି । ଏ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ