ପୋଖରୀ ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଆଙ୍କୋରଡା ଗ୍ରାମର ସନ୍ତୋଷ ବଳିୟାର ସିଂ ନାମକ ଜଣେ ଯୁବକଙ୍କ ମୃତଦେହ ସୋମବାର ଅପରାହ୍ନ ରେ ଉଦ୍ଧାର କରାଯାଇଛି। ପୋଖରୀ ରେ ବୁଡି ସେ ମୃତ୍ୟୁ ବରଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।ସନ୍ତୋଷ ପରିବାର ସହ ଗାଁ ନିକଟ ପଣ୍ଡା ଫାର୍ମ ହାଉସ ର ଏକ ଘରେ ବହୁବର୍ଷ ହେଲା ରହୁଥିଲେ।ସେ ଅପରାହ୍ନ ପ୍ରାୟ ୧ ଟାରେ ଫାର୍ମ ହାଉସ ପରିସରରେ ଥିବା ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରୁ ଫେରିବାରେ ଡେରି ହେବାରୁ ପରିବାର ଲୋକେ ତାଙ୍କୁ ଡାକିବାକୁ ପୋଖରୀ କୁ ଯାଇଥିଲେ। ସେ ପୋଖରୀ ପାଣିରେ ଭାସୁଥିବା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ