ପୋଖରୀ ରେ ବୁଡି ଭାଇ ଭଉଣୀ ମୃତ

ଛତ୍ରପୁର,(ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ଛତ୍ରପୁର ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ପୋଖରୀରେ ବୁଡିଯାଇ ଦୁଇ ଭାଇଭଉଣୀଙ୍କର ମୃତ୍ୟୁ ହୋଇଛି। ସୂଚନାଅନୁଯାୟୀ ଅପରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ 7 ବର୍ଷର ପୁଅ ବାଦଲ ମହାପାତ୍ର ଓ 4 ବର୍ଷର ଝିଅ ବର୍ଷା ମହାପାତ୍ର ଘର ନିକଟରେ ଥିବା ବୀରେଶ୍ବର ମନ୍ଦିର ସମ୍ମୁଖରେ ଥିବା ଜାଗେନା ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା, ଶୌଚ ହେଲା ବେଳେ ଦୁର୍ଭାଗ୍ୟ ବସତଃ ପୋଖରୀରେ ଗୋଡ଼ ଖସି ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ପିଲାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ଏମାନଙ୍କ ପତ୍ତା ମିଳି ନଥିଲା। ଶେଷରେ ପିଲା ଦୁହିଁଙ୍କର ମୃତ ଦେହ ପୋଖରୀରେ ଭାସୁଥିବା ଦେଖି ନିଜେ ବାପା ମୃତ ଦେହକୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ନେଇଯାଇଥିଲେ । ଖବର ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଏବଂ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ରେଭେନ୍ୟୁ ସୁପରଭାରଜର ଜି.ହରିବନ୍ଧୁ ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛନ୍ତି। । ସରକାରଙ୍କ ନିୟମ ପ୍ରକାରେ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରାଯିବ । ମୃତ ଦୁଇ ଶିଶୁଙ୍କ ବାପା କାଳୀ ମନ୍ଦିରର ପୂଜକ ଓ ମା ଭାରତୀ ମହାପାତ୍ର ଗୃହିଣୀ ହୋଇଥିବା ବେଳେ ପୁଅ ଓ ଝିଅ ର ମୃତକ ପରେ ଆଖିରୁ ଲୁହ ଶୁଖୁନି ଏବଂ ବାହୁନି ବାହୁନି କାନ୍ଦି ବାରମ୍ବାର ଅଚେତ ହୋଇପଡିଥିବା ଦେଖିବାକୁ ମିଳିଥିଲା l ଏକ ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ