ପୋଜିଟିଭ୍ ଚିହ୍ନଟ ପରେ ସାନିଟାଇଜ ହେଲା ରାଇକିଆ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲା ରାଇକିଆ ସହର ରୁ ଶୁକ୍ରବାର ଦୁଇ ଜଣ ପୋଜିଟିଭ ଚିହ୍ନଟ ପରେ ପ୍ରଶାସନ ତରଫରୁ ତତ୍ପରତା ଦେଖା ଦେଇଛି । ଲୋକାଲ କେସ ହୋଇଥିବା ରୁ ରାଇକିଆ ସମେତ ୧୩ ଟି ଗ୍ରାମ କୁ କନ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ବିଭିନ୍ନ ସ୍ଥାନରେ ବାରକେଡ କରାଯାଇ ଲୋକଙ୍କ ଗତିବିଧି ଉପରେ ରୋକ ଲଗା ଯାଇଛି । ଭୁତାଣୁ ମୁକ୍ତ କରିବା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି । ଶନିବାର ରାଇକିଆ ର ବିଭିନ୍ନ ସ୍ଥାନ ରେ ଜୀବାଣୁ ମୁକ୍ତ ପାଇଁ ରାସାୟନିକ ମିଶା ପାଣି ସିଂଚନ କରାଯାଇଛି । ପ୍ରଥମ ପଦକ୍ଷେପ ସ୍ବରୂପ ରାଇକିଆ ମୁଖ୍ୟ ରାସ୍ତାରେ ଅଗ୍ନିଶମ ବିଭାଗ ତରଫରୁ ଏହି ସିଂଚନ କରାଯାଇଛି । ବିଭିନ୍ନ କାର୍ଯ୍ୟାଳୟ ସମେତ ପ୍ରମୁଖ ଛକ, ଏ ଟି ଏ ମ ଗୁଡ଼ିକୁ ମଧ୍ୟ ସାନି ଟା ଇଜ୍ କରାଯାଇଛି । ଏହାକୁ ସିଂଚନ କରାଯାଇ ରାସ୍ତାଘାଟ କୁ ବିଶୋଧନ କରା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ