ପୋଟଲାମପୁର ଠାରେ ବିଜେପିର କର୍ମୀ ସମ୍ମିଳନୀ

ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ବ୍ଲକ ପୋଟଲାମପୁର ଗ୍ରାମ କ୍ଷେତ୍ରପାଳ ଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନମଣ୍ଡଳୀର ନେତା ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱାରୋପ ଆଲୋଚନା କରିବା ସହ ଦଳୀୟ ସଂଗଠନକୁ ସଦୃଢ ଲାଗି ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ, ସନ୍ତୋଷ କୁମାର ନାହାକ, ରଘୁନାଥ ରେଡ୍ଡୀ, ଦୁର୍ଯ୍ୟୋଧନ ନାହାକ, ଗୋପାଳ ପ୍ରହରାଜ, ଅନୀଲ କୁମାର ପଣ୍ଡା, ବିଜୟ କୁମାର ମୁଦୁଲି, ସୁରେନ୍ଦ୍ର ସେଠୀଙ୍କ ସମେତ ୱାର୍ଡସଭ୍ୟମାନେ ଉପସ୍ଥିତ ରହି ଦଳୀୟ ସଂଗଠନ ଉପରେ ମତ ବ୍ୟକ୍ତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ