ପୋଟଲାମପୁର ପଞ୍ଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ଚଳିତ ବର୍ଷ ଗାନ୍ଧିଜୟନ୍ତୀ ଠାରୁ ବିଜୁ ଜନତା ଦଳର ଏକମାସ ବ୍ୟାପି ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହିକ୍ରମରେ ଶୁକ୍ରବାର ଛତ୍ରପୁର ବ୍ଲକ ପୋଟଟାଲମପୁର ପଞ୍ଚାୟତରେ ପଦଯାତ୍ରା ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଛବିତା ବେହେରା ଓ ଏମ୍‌.ଧନଞ୍ଜୟ ରେଡ୍ଡୀ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ଏନ୍‌ଏସି ନଗର ସଭାପତି ବି.ରାଜିବାବୁ, ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ଜି.ପାପା ରାଓ, ଯୁବ ବିଜେଡ଼ି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, କିଶୋର ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଏହି ଜନସଂପର୍କ ପଦଯାତ୍ରାରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନତା କରାଯାଇଛି । ଏହି ଜନସଂପର୍କ ପଦଯାତ୍ରା ସମଗ୍ର ପୋଟଲାମପୁର ପଞ୍ଚାୟତ ପରିକ୍ରମା କରି ବିଜେଡି ସରକାରର ସମସ୍ତ ଜନହିତକର ଯୋଜନା କିପରି ସଠିକ୍‌ରେ ଜନସାଧାରଣରେ ପହଞ୍ଚି ପାରିବ ସେଥିଲାଗି ସଚେତନତା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ