ପୋଡାଘାଟରେ ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା,(ଡଃ ଶିବ ନାରାୟଣ ପାତ୍ର): ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟା ଗ୍ରାମ ପଞ୍ଚାୟତର ଆଶ୍ରମ ବିଦ୍ୟାଳୟ ନିକଟରେ ଥିବା ପଡ଼ିଆରେ ଅଖିଳ ଭାରତ ଗାୟତ୍ରୀ ପରିବାର, ଶାନ୍ତିକୁଞ ହରିଦ୍ଵାର ତରଫରୁ, ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ମହାଯଜ୍ଞ ୨୬ତାରିଖଠାରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ, ଦିର୍ଘ ୪ଦିନ ଧରି ଚାଲିଥିବା ବେଳେ ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, ପୋଡଘାଟା ଓ ଏହାର ଆଖପାଖରୁ ପ୍ରାୟ ୪୦୦୦ ରୁ ଉର୍ଦ୍ଧ ମହିଳା ଯୋଗଦେଇ ଖଇରପୁଟ ସ୍ଥିତ ଦାମଲଦେଈ ନଦୀରୁ ଜଳ ଉଠାଇ ୭ କି.ମି ରାସ୍ତା ଅତିକ୍ରମ କରିବା ସହ କଳସ ଯାତ୍ରା ରେ ମାମାନଙ୍କ ଶଙ୍ଖ ହୁଳହୁଳୀ, ବାଜା ସହିତ ଉକ୍ତ ଯଜ୍ଞ ସ୍ଥାନରେ ପହଞ୍ଚି ପୂର୍ଣ୍ଣ କଳସ ସ୍ଥାପନ କରିଥିଲେ ।ମହାଯଜ୍ଞ ରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ଡମ୍ବରୁ ଶିଷା, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀଙ୍କ ସହ ହରିଦ୍ଵାର ଶାନ୍ତିକୁଞ ଗାୟତ୍ରୀ ପରିବାର ତରଫରୁ ଶେଷଦେବ ବଢେଇ, ବସନ୍ତଲାଲ ସୋଲାଙ୍କୀ, ରମେଶ ତିୱାରୀ, ଗାଏକ ରୁଦ୍ର, ଗିରିଗୋଶ୍ୱ।ମୀ ବଡକ୍, ସୋମେଶ୍ୱର ତାଣ୍ଡି, ସୈମିତ୍ରୀ ଥାନା ପତି, ରଜତ କୁମାର ଷଡଙ୍ଗୀ, କୋରାପୁଟ ସବଜୋନ୍ ର ସ°ଯୋଜକ ବାଲ୍ମିକୀ ପ୍ରଧାନ, ମାଲକାନଗିରି ଜିଲ୍ଲା ସ°ଯୋଜକ ସିତାରାମ ସ୍ୱାଇଁ, ଖଇରପୁଟ ଗାୟତ୍ରୀ ଶକ୍ତିପୀଠ ର ବ୍ୟବସ୍ଥାପକ ସତିଶ୍ ନାୟକ , ଖଇରପୁଟ ବିଡ଼ିଓ ଉମାଶଙ୍କର କୋୟା, ତହସିଲଦାର ପ୍ରମୋଦ କୁମାର ବେହେରା, ସମାଜସେବୀ ପ୍ରିତମ ଗୁରତେଲୀ, ହୃଷୀକେଶ ସେଠୀ, ଓ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ପୁର୍ଣ୍ଣ ଦିବ୍ୟ ଚେତନା ପ୍ରତିଷ୍ଠିତ କାର୍ଯ୍ୟକ୍ରମ କୁ ନିରିକ୍ଷଣ କରିଥିଲେ । ୪ ଦିନ ଧରି ଚାଲିବାକୁ ଥିବା ମହାଯଜ୍ଞ ରେ କଳସ ଶୋଭାଯାତ୍ରା,ଗୋ ଯଜ୍ଞ,ଘୃତ ଯଜ୍ଞ,ନାମ ଯଜ୍ଞ, ଅନ୍ନ ଯଜ୍ଞ ଓ ସାମୁହିକ ବିବାହ ଓ ବ୍ରତ ଭଳି କାର୍ଯ୍ୟକ୍ରମ ମାନ ଆୟୋଜିତ ହେବାକୁଥିବା ବେଳେ ସମ୍ପୁର୍ଣ୍ଣ ବିଶ୍ୱ ର ମଙ୍ଗଳକାମନା, ଶାନ୍ତି ସ୍ଥାପନା ଓ ହିନ୍ଦୁ ମାନଙ୍କ ମଧ୍ୟରେ ଏକତାର ସହୃଦୟତାର ଭାବ ଜାଗୃତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ମହାଯଜ୍ଞ ର ମୁଖ୍ୟ ସ°ଯୋଜକ କହିଥିଲେ । ବର୍ତମାନ ଠାରୁ ଏହାର ପ୍ରଚାର ପ୍ରସାର ଓ ସୁ ବନ୍ଦୋବସ୍ତ ନିମନ୍ତେ ମୁଖ୍ୟ ଉଦ୍ୟୋକ୍ତା ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତ ଙ୍କ ସହ ଛତିଶଗଡ ର ଶ୍ରଦ୍ଧାଳୁ ଭକ୍ତମାନେ ଆସି ଶ୍ରଦ୍ଧାର ସହ ମା ଗାୟତ୍ରୀ ଯଜ୍ଞ ରେ ଯୋଗ ଦେଇଥିବା ର ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ