ପୋଡାପଦର ରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ତହସିଲ ପକ୍ଷରୁ ପୋଡାପଦର ଗ୍ରାମ ଠାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ତହସିଲଦାର ନୀଳମାଧବ ଭୋଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅବଗତ କରାଇବା ସହ ହିତଧିକାରୀ ମାନଙ୍କୁ ବିଭିନ୍ନ ପ୍ରକାର ପଟ୍ଟା ଓ ସାଟିଫିକେଟ ପ୍ରଦାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ରାକେଶ ନାହାକ ଙ୍କ ସମେତ ବିଭାଗୀୟ କର୍ମଚାରୀ ଏବଂ ପୋଡାପଦର ଓ ଅଗସ୍ତିନୂଆଗାଁ ପଞ୍ଚାୟତର ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ