ପୋଡାମାରି ରେ “ମୋ ଗାଁ ରେ ତହସିଲ” କାଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ l “ମୋ ଗାଁ ରେ ତହସିଲ” ମାଧ୍ୟମରେ ଲୋକଙ୍କ ଘର ପଟା, ମ୍ୟୁଟେସନ, ରେଜିଷ୍ଟ୍ରସନ, ଜାତିଗତ ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତନ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଋଣ ପତିଶୋଧ ସମ୍ବଧୀୟ ସେବା ଯୋଗାଇ ଦିଆଯାଇଛି l ଏହି ସେବା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଭାଗ୍ୟଶ୍ରୀ ବିଶୋଇ ଯୋଗଦେଇଥିବା ବେଳେ ସରପଂଚ ପ୍ରତିନିଧି ସନ୍ତୋଷ ବିଷୋୟୀ ଯୋଗ ଦେଇ ସାଧାରଣ ଜନତା ଙ୍କୁ ଏହାର ସୁବିଧା ନେବା ପାଇଁ ଅବଗତ କରାଇ ଥିଲେ | ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ପୋଡାମାରି ରାଜସ୍ବ ନିରୀକ୍ଷକ ରୁନୁ ବେହେରା, ପି.ନରସିଂହ ପାତ୍ର, ଅଶୋକ ପାତ୍ର, ଚିତ୍ରସେନ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୬୨ ଜଣଙ୍କୁ ପଟା ବଣ୍ଟନ କରାଯାଇଛି l


