ପୋଡାମାରୀ ସେବା ସମବାୟରେ ଧାନମଣ୍ଡି ଉଦଘାଟନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ସେବା ସମବାୟ ସମିତିରେ ସୋମବାର ପୂର୍ବାହ୍ନରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ମାଁ ମାଣିକେଶ୍ଵରୀ ସ୍ଵୟଂ ସହାୟିକା ସଂଘ ମାଧ୍ୟମରେ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ । ସେହିପରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଯୋଗାଣ ନିରୀକ୍ଷକ ଅଧିକାରୀ ବିଶ୍ୱଜିତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ସେବା ସମବାୟ ସମିତି ପରିଚାଳିତ ସଂଘ ସଭାପତି ସବିତା ମହାନ୍ତି, ସଂପାଦକ ସରସ୍ଵତୀ ମହାରଣା, ଚାଷୀ ରାମେଶ୍ୱର ପାତ୍ର, ଦଣ୍ଡପାଣି ପାତ୍ର, ବିଜୟ କୁମାର ପାଢ଼ୀ, ସଦାନନ୍ଦ ପାଢୀ, ପ୍ରତାପ ସାହୁ ଉପସ୍ଥିତ ରହିଥିବା ବେଳେ ଧାନ କ୍ରୟ ହୋଇପାରି ନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ