ପୋଡିଗଲା ୧୦୦ ପ୍ୟାକେଟରୁ ଉର୍ଦ୍ଧ ଧାନ
ଧର୍ମଗଡ , (ରଜନୀକାନ୍ତ ମିଶ୍ର) :ଚାଲିଛି ଧାନ ଅମଳର ଋତୁ । ଅମଳ କରିଥିବା ଧାନକୁ କିଭଳି ଭାବେ ସୁରକ୍ଷିତ ରଖିବ ସେ ନେଇ ଚିନ୍ତାରେ ଚାଷୀ । ସେ କିଭଳି ଭାବେ ବର୍ଷକର ଆହାରକୁ ସାଇତି ରଖିବ ସେନେଇ ଅନେକ ଗୁଡିଏ ବ୍ୟବସ୍ଥା ଆପଣାଇବା ସହ ଧାନକୁ ବିକ୍ରିି ଦୁଇ ପଇସା ପାଇବା ପାଇଁ ଆଶା ରଖିଥାଏ । କିନ୍ତୁ ଏହି ସମୟରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ଇଚ୍ଛାପୁର ଗ୍ରାମ ରେ । ଘଟିଯାଇଛି ଏକ ଦୁଃଖଦ ଘଟଣା । ଗ୍ରାମର ସୁନ୍ଦ୍ରିକା ଚଣ୍ଡୀ ଓ ଧନୁ ଚଣ୍ଡୀ ଅମଳ ଧାନକୁ ଖଳାରେ ରଖିଥିବା ସମୟରେ ଆକସ୍ମିକ ଭାବେ ନିଆଁ ଲାଗିଯିବାରୁ ୧୦୦ ପ୍ୟାକେଟରୁ ଉର୍ଦ୍ଧ ଧାନ ନିଆଁ ରେ ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଧର୍ମଗଡ଼ ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସବୁ ଧାନ ପାଉଁଶ ହୋଇଯାଇଥିବା ଜଣାପଡିଛି ।