ପୋଢ ବୋଝେଇ ଗାଡ଼ି ଜବତ – ଜଣେ ଗିରଫ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ଅଂଚଳରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ଶନିବାର ହାଟରୁ ବିଭିନ୍ନ ଗାଡ଼ିରେ ଗାଇ, ଗୋରୁ ଓ ପୋଢ ବୋଝେଇ କରି ଗୋମାଂସ ସକାଶେ ଶିକାକୁଳମ, ଆନ୍ଧ୍ରପ୍ରଦେଶ ସମେତ ବାହାର ରାଜ୍ୟକୁ ରପ୍ତାନି କରାଯାଉଥିବା ନେଇ ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ଶନିବାର ଦିନ ହିଂଜିଳି ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟାଟା ଏସି ଗାଡ଼ି (ଓଆର୦୨ଏଏଚ୍ ୯୧୦୯) ଯୋଗେ ପୋଢକୁ ବୋଝେଇ କରି ବାହାର ରାଜ୍ୟକୁ ରପ୍ତାନି କରାଯାଉଥିବା ବେଳେ ହିଂଜିଳି ଥାନା ଖରିଡ଼ା ଛକ ନିକଟରେ ଚଢାଉ କରି ସଂପୃକ୍ତ ଗାଡ଼ିକୁ ଜବତ କରାଯିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି । ଗିରଫ ଚାଳକ ଜଣକ ହିଂଜିଳି ଥାନା ଗିରିଆ ଗ୍ରାମର ଟୁନା ଦଳାଇ । ଏ ନେଇ ଥାନାରେ ୧୬୫/୧୯ ରେ ଏକ ମାମଲା ରୁଜୁ କରାଯାଇଛି । ଭବିଷ୍ୟତରେ ଚଢାଉ ଜାରୀ ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ