ପୋଲରେ ପିଟିହୋଇ ନୈାସେନା ଯବାନଙ୍କ ମୃତ୍ୟୁ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲା ସଡକ ଦୂର୍ଘଟଣାରେ ଜଣେ ନୈାସେନା ଯବାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକଙ୍କ ପରିଚୟ ନମିଟିକିରି ଗ୍ରାମର ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଛୁଟିରେ ରମେଶ ଘରକୁ ଆସିଥିଲେ । ପାଣିକୋଇଲିରୁ ମୋଟର ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପୋଲରେ ପିଟି ହୋଇ ଗୁରୁତର ଆହାତ ହୋଇଥିଲେ । ଆହାତ ଜଣଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ । ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ