ପୋଲସରାଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ପୋଲସରା, (ଯୁଗାବ୍ଦ ନ୍ୟୁଜ) : ପୋଲସରା ସଭାଗୃହ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭତ୍ତା, ରାସନ କାର୍ଡ଼, ଆବାସ ଗୃହ ୨୮୦ଜଣ ହିତାଧିକାରୀଙ୍କ ସମସ୍ୟା ବୁଝି ତୁରନ୍ତ କାର୍ୟ୍ୟକାରି କରିବାପାଇଁ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଏନଏସି କର୍ମଚାରୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।