ପୋଲସରାରେ କବିସୂର୍ଯ୍ୟଙ୍କ ଜନ୍ମ ପୀଠକୁ ନେଇ ଆଲୋଚନା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରାରେ ରାଜଶ୍ରୀ ବଳାସି ସମାଜ ସେବା ସଦନ ଠାରେ ଅଷ୍ଟଦୁର୍ଗ ଐତିହ ଓ ସ୍ବାଭିମାନ ସୁରକ୍ଷା ମଞ୍ଚ ତରଫରୁ କବିସୂର୍ଯ୍ୟଙ୍କ ଜନ୍ମ ପୀଠକୁ ନେଇ ଉଠୁଥିବା ବିବାଦୀୟ ଦାବି ସମ୍ପର୍କରେ ଆଠଗଡରୁ ଏକ ଜ୍ୟୋତି ଶୋଭାଯାତ୍ରା ସହିତ ଆଲୋଚନା ଚକ୍ର ମାର୍ଚ୍ଚ ୨ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଠଗଡ଼ ଅଞ୍ଚଳର ବଶିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଶଶାଙ୍କ ଶେଖର ମହାନ୍ତି, ରବି ନାରାୟଣ ଶତପଥି, ଆବାହକ ପ୍ରମୋଦ କୁମାର ପଣ୍ଡା, ଡ଼. ଧରଣୀଧର ବେହେରା, ଆଦିତ୍ୟ ନାଥ ତ୍ରିପାଠୀ, ସୁବାଷ ଚନ୍ଦ୍ର ପ୍ରଧାନ, ଗୋଦାବରୀ ସାଥୁଆ, ସିମାଞ୍ଚଳ ମିଶ୍ର, ରଘୁନାଥ ମାଝୀ ପ୍ରମୁଖ ମହାନୁଭବ ସେମାନଙ୍କର ବହୁମୂଲ୍ୟ ମତାମତ ଦେଇଥିଲେ । ପୋଲସରା ର ବରିଷ୍ଠ ସାହିତ୍ୟକ ମୁରଲୀ ଧର ନନ୍ଦ, ପ୍ରଭାକର ପ୍ରଧାନ, ବୃନ୍ଦାବନ ପ୍ରଧାନ, ପର୍ଶୁରାମ ପ୍ରଧାନ ତଥା ସରପଞ୍ଚ ଗୀତାଞ୍ଜଳି ସାହୁ, ପୂର୍ବତନ ସରପଞ୍ଚ କାଳୁଚରଣ ପ୍ରଧାନ, ପୂର୍ବତନ ସମିତି ସଭ୍ୟା ପ୍ରତିମା ସାହୁ, ସୁସିତ କୁମାର ସାହୁ, ଶ୍ୟାମସୁନ୍ଦର ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ଗଣପତି ପ୍ରଧାନ ପ୍ରମୁଖ ସାମିଲ ହେବା ସହିତ ପୋଲସରା ଆବାହକ ମଣ୍ଡଳର ସଦସ୍ୟ ଡ଼. ସୁଶାନ୍ତ କୁମାର ସାହୁ, ଅଧ୍ୟାପକ ମନୋଜ କୁମାର ସାହୁ, ଶ୍ୟାମସୁନ୍ଦର ପ୍ରଧାନ, ନିଳାନ୍ଦ୍ରି ବିହାର ମହାପାତ୍ର ନିଜର ମତାମତ ରଖିବା ସହିତ ଏହାକୁ ଏକ ଜନ ଆନ୍ଦୋଳନ ରେ ପରିଣତ କରିବା ପାଇଁ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା। ଏଥିରେ ନିକୁଞ୍ଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଚିତ୍ର ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ