ପୋଲସରାରେ ଚୌଡେଶ୍ୱରୀ ମନ୍ଦିରରେ କୁଙ୍କୁମ ପୂଜା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରାର ଅଧିଷ୍ଠାତ୍ରୀ ଦେବୀ ମାଁ ରତନୀ ଠାକୁରାଣୀ ପୀଠରେ ଥିବା ଚୌଡେଶ୍ୱରୀ ମନ୍ଦିରରେ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଯାଇଛି।ଚୌଡେଶ୍ୱରୀ ମନ୍ଦିରରେ ଏହି ଯାତ୍ରା ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବେଳେ ଅମାବାସ୍ୟା ଦିନ ମା’ଙ୍କୁ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରିବା ସହ ମାର୍ଜଣା ଓ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଦ୍ଵିତୀୟ ଦିନ ଶ୍ରାବଣ ଶୁକ୍ରବାର ଅବସରରେ ଦେବାଙ୍ଗୁଲୁ ତଥା ଡେରା ସମ୍ପ୍ରଦାୟର ମହିଳା ମାନଙ୍କ ଦ୍ଵାରା କଳସ ଯାତ୍ରାର ଆୟୋଜନ ପୂର୍ବକ ମା’ଙ୍କ ପ୍ରତୀକାତ୍ମକ ଘଟ ସ୍ଥାପନ କରି ସାମୁହିକ କୁଙ୍କୁମ ପୂଜାର ପରମ୍ପରା ଆୟୋଜିତ ହୋଇଥିଲା । ସଧବା ମହିଳା ମାନେ ପାରମ୍ପାରିକ ରୀତିନୀତି ପ୍ରକାରେ ଭାଗନେଇ ଘଟ ସ୍ଥାପନ କରି କୁଙ୍କୁମ ପୂଜା କରି ନିଜ ପରିବାରର ଶ୍ରୀବୃଦ୍ଧି କରିବା ସହ ପରିବାରର ଶୁଭମନାସି ବ୍ରତ କରିଥିଲେ । ମନ୍ଦିର ପରିସରରେ ସଧବା ମହିଳା ମାନେ ହୁଳହୁଳି ଦେଇ ମାଁ ଙ୍କ କୁଙ୍କୁମ ଲାଗି ପୂଜାର୍ଚ୍ଚନା ସହିତ ଧୂପ, ଦୀପ, ଆଳତୀ କରି ଘଟ ଗୁଡ଼ିକୁ ଶ୍ରଦ୍ଧାର ସହ ପୂଜା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ