ପୋଲସରାରେ ତୃତୀୟ ଜାତୀୟ ଲୋକ ଅଦାଲତ

ପୋଲସରା (ଅନିଲ ମହାରଣା): ରବିବାର ଦିନ ପୋଲସରାର କନିଷ୍ଠ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତରେ ୨୦୨୧ ମସିହାର ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ପ୍ରକାରେ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ପରାମର୍ଶ କ୍ରମେ ପୋଲସରା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତର ବିଚାରପତି ସୁହାନି ପଟ୍ଟନାୟକ ମହୋଦୟାଙ୍କ ନିକଟରେ ୧୬ ଟି ମୋକଦ୍ଦମାର ବିଚାର ପାଇଁ ଉପସ୍ଥାପିତ କରା ଯାଇଥିଲା। ସେଥି ମଧ୍ୟରୁ ୧୧ ଟି ମୋକଦ୍ଦମାର ବିଚାର ନିଷ୍ପତ୍ତି ହୋଇଥିବା ବେଳେ ୫ ମୋକଦ୍ଦମାର ବିଚାର ହୋଇନଥିବା ଜଣାପଡିଛି। ଆଜିର ଲୋକ ଅଦାଲତ ପରିଚାଳନାରେ ସରକାରୀ ଓକିଲ ରମେଶ ଚନ୍ଦ୍ର ପ୍ରଧାନ , ବରିଷ୍ଠ କିରାଣୀ ପ୍ରଦୀପ କୁମାର ଶତପଥି , ଟାଇପିଷ୍ଟ ଶ୍ରବଣ କୁମାର ସାହୁ ଓ କନିଷ୍ଠ କିରାଣୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ