ପୋଲସରାରେ ପ୍ରଥମ: ବ୍ରାଉନ୍ ସୁଗର ସହ ଦୁଇ ଗିରଫ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାଉନ୍ ସୁଗର ଚେର ପୋଲସରା ସହର ଆଡକୁ ଆସିବ ପୂର୍ବରୁ ଚେର କାଟିବାରେ ସଫଳ ହୋଇଛି ପୋଲିସ। ଚାରି ଗ୍ରାମ ବ୍ରାଉନ ସୁଗାର, ଦୁଇଟି ମୋବାଇଲ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନଭେମ୍ବର ୫ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି। ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଜନୀକାନ୍ତ ସାମଲ ଶନିବାର ଦିନ ପୋଲସରା ଥାନାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲସରା ପୋଲିସ ପାଟ୍ରୋଲିଂ କରିବା ସମୟରେ ପୋଲସରା ଥାନା ଅନ୍ତର୍ଗତ ଉସ୍ତାପଡା ବ୍ରିଜ ନିକଟରେ ଦୁଇ ଜଣ ସନ୍ଦେହ ଜନକ ଭାବେ ଛିଡା ହୋଇଥିବା ଦେଖିଥିଲେ। ପୋଲିସ ଟାର୍ଗେଟରେ ସେହି ସ୍ଥାନ ଥିବାବେଳେ ସେହି ଦୁଇ ଜଣଙ୍କୁ ଜେରା କରିବା ବେଳେ ସେମାନଙ୍କ ନିକଟରୁ ୪ ଗ୍ରାମ ବ୍ରାଉନ୍ ସୁଗର ମିଳିଥିଲା। ଫଳରେ ପୋଲିସ ସେମାନଙ୍କୁ ଗିରଫ କରି ପୋଲସରା ଥାନା କେଶ ନଂ ୪୬୭/୨୨ ପ୍ରକାରେ ଏନଡିପିଏସ୍ ଧାରା ୨୧(କ)ରେ ମୋକଦ୍ଦମା ରୁଜୁ କରିଥିଲେ। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୋଲସରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମ ର ରଞ୍ଜିତ କୁମାର ସାହୁ ହୋଇଥିଲା ବେଳେ ଅନ୍ୟ ଜଣକ ଖୋର୍ଦ୍ଧା ଜିଲ୍ଲାର ଗଡ ଖୋର୍ଦ୍ଧାର ସଞ୍ଜୟ କୁମାର ଚମ୍ପତି ବୋଲି ଜଣାପଡିଛି। ଏହି ମାମଲାର ତଦନ୍ତ ଦାୟିତ୍ବ ଅତିରିକ୍ତ ଆରାକ୍ଷୀ ନିରୀକ୍ଷକ କୃଷ୍ଣ ସାହା ବହନ କରିଥିବା ବେଳେ ଜବତ ମୋବାଇଲରୁ ଅଧିକ ସୁରାକ ମିଳିବ ବୋଲି ଆଶା କରାଯାଉଛି। ପୋଲସରାରେ ବ୍ରାଉନ୍ ସୁଗର ଜବତ ଘଟଣା ପ୍ରଥମ ହୋଇଥିବା ବେଳେ ସହରରେ ଆଲୋଚନା ଜୋର ଧରିଛି। ଏସଡିପିଓ ଶ୍ରୀ ସାମଲ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ଦେବା ସମୟରେ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ଏଆଇଆଇସି କୃଷ୍ଣ ସାହା ଓ ସବଇନିସପେକ୍ଟର ଅଜୟ କୁମାର ମଳିକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ