ପୋଲସରାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମର ଲୋକାର୍ପଣ

ପୋଲସରା, (ଅନିଲ କୁମାର ମହାରଣା):ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସରକାରଙ୍କ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମର ମୁଖ୍ୟ ଉଦ୍ଦେଶ୍ୟ । ଯାହାକୁ ନେଇ ପୋଲସରା ଏନଏସିର ଗୋପବନ୍ଧୁ ହାଇସ୍କୁଲ ପରିସରରେ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଛଅ କୋଟି ପଚିଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମକୁ ଫେବ୍ରୁଆରି ୨୩ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଉଦ୍ଘାଟନ କରିଥିଲେ । ଆୟୋଜିତ ଲୋ କାର୍ପିତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ମିଶ୍ର, ଯନ୍ତ୍ରୀ ଉମାକାନ୍ତ ପୃଷ୍ଟି, ପୂର୍ତ୍ତ ବିଭାଗ କର୍ମଚାରୀ ସୁରେନ୍ଦ୍ର ସାହୁ, ବିଡିଓ କୁରେଶ୍ ଚନ୍ଦ୍ର ଜାନୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ, ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ପ୍ରତିନିଧି ଘନଶ୍ୟାମ ଦାସ, ପୂର୍ବତନ ଅଧକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ପ୍ରତାପ କୁମାର ପ୍ରଧାନ, ସୁକାନ୍ତ କୁମାର ଭୂୟାଁଙ୍କ ସମେତ ନିର୍ବାଚିତ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ । ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନେ଼ଇ ପୂର୍ବରୁ ମୂଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧିନରେ ସମ୍ପାଦନ ହୋଇଥିଲା । ଏହି ଷ୍ଟାଡିୟମ ଭିତରେ ଦୁଇଟି କୋର୍ଟ ଓ ବାହାରେ ଗୋଟିଏ କୋର୍ଟ କ୍ରୀଡାବିତ୍ ମାନଙ୍କ ନିମନ୍ତେ ରହିଛି । ଏହା ସହିତ ଜିମ୍ ଉପକରଣ ମଧ୍ୟ ରହିଛି । ଏହା ଦ୍ବାରା ଆଞ୍ଚଳିକ ସ୍ତରରେ କ୍ରୀଡାର ବିକାଶ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ