ପୋଲସରାରେ ବିଜେଡି ପକ୍ଷରୁ କରୋନା ସଚେତନତା ରାଳିର ଶୁଭାରମ୍ଭ

ପୋଲସରା,(ଅନିଲ କୁମାର ମହାରଣା): ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ସମଗ୍ର ଓଡ଼ିଶାରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଉଛି। ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ପୂର୍ବତନ ନଗରପାଳ ପ୍ରଫୁଲ ପ୍ରଧାନ, ଅଶୋକ କୁମାର ବିଷୋୟୀ, ମୋଚିରାମ ସାହୁ, ରଞ୍ଜିତ ସାହୁ ଙ୍କ ସମେତ ଦଳୀୟ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ