ପୋଲସରାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଦୁଇ ହଜାର ଟଙ୍କା ସହାୟତା

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜୁ ଜନତା ଦଳର କର୍ମକର୍ତ୍ତା ବୃନ୍ଦ, ମା ରତନୀ ଅଟୋ ସଂଘ ଓ ଜୟ ଜଗନ୍ନାଥ ଅଟୋ ସଂଘ ପକ୍ଷରୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ପୋଲସରା ବ୍ଲକ ବିଡ଼ିଓ ତଥା ନୋଡାଲ ଅଫିସର ଶମ୍ଭୁନାଥ ନନ୍ଦୀଙ୍କ ଜରୀଆରେ ମୋଟ ୧,୦୨,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶନିବାର ଦିନ ପ୍ରଦାନ କରିଛନ୍ତି। ବିଜେଡି କର୍ମକର୍ତ୍ତାଙ୍କ ପକ୍ଷରୁ ୬୨ ହଜାର ଟଙ୍କା, ମା ରତନୀ ଅଟୋ ସଂଘ ପକ୍ଷରୁ ୨୫ ହଜାର ଟଙ୍କା ଓ ଜୟ ଜଗନ୍ନାଥ ଅଟୋ ସଂଘ ପକ୍ଷରୁ ୧୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଯୋଗାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ