ପୋଲସରା ଏନଏସିରେ ଥର୍ମାଲ ସ୍କାନିଂ ଆରମ୍ଭ

ପୋଲସରା, (ଅନିଲ ମହରଣା): କରୋନା ମହାମାରୀକୁ ପ୍ରତିରୋଧ କରିବା ସକାଶେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ସହରକୁ ୯ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏହି ସଟ୍ ଡାଉନ୍ ସମୟରେ ପୋଲସରା ଏନେସିର ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କ ଥର୍ମାଲ ସ୍କ୍ରିନିଂ ୯ ତାରିଖରୁ ଆରମ୍ଭ କରାଯାଇଛି। ଥର୍ମାଲ ସ୍କ୍ରିନିଂ କରିବା ପାଇଁ କରୋନା ଯୋଦ୍ଧା ଭାବେ ଡାକ୍ତରଙ୍କ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସଟ୍ ଡାଉନ୍ ସମୟ ମଧ୍ୟରେ ସମସ୍ତ ନିୟମକୁ ପାଳନ କରି ପୋଲସରା ଏନଏସି ର ପ୍ରତ୍ୟେକ ଘରକୁ ଘର ବୁଲି ପରିବାରର ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ଶେଷ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଯେଉଁ ବ୍ୟକ୍ତିଙ୍କ ଥଣ୍ଡା,କାଶ, ଜ୍ୱର, ଡାଇରିଆ ପ୍ରଭୃତି ଲକ୍ଷଣ ଥିବ ସେମାନଙ୍କୁ ଏନଏସିର କୋଭିଡ କେୟାର ହୋମରେ ରଖାଯାଇ ଚିକିତ୍ସା ସହ ସ୍ଲାବ ଟେଷ୍ଟ କରାଯିବାକୁ ସ୍ଥିର ହୋଇଅଛି। ସଟ୍ ଡାଉନ୍ ସମୟରେ ଅତି ଜରୁରୀ ନଥିଲେ ଘରୁ ବାହରକୁ ନଆସିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ସଫା କରିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ