ପୋଲସରା ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଅଗଷ୍ଟ ୩୧ ତାରିଖ ଦିନ ୫୧ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପୋଲସରା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ସଙ୍ଗିତା ବେହେରା ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ କାଉନସିଲର, ଜନାସାଧରଣ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ସଫେଇ କର୍ମଚାରୀମାନଙ୍କୁ ପୋଷାକ ବିତରଣ କରାଯାଇଥିଲା। ଏହାପରେ ବସଷ୍ଟାଣ୍ଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ହାଇସ୍କୁଲ ଛକରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ହୋଇଥିଲା। ଅପରାହ୍ନରେ ଅନୁଷ୍ଠିତ ସାଧାରଣ ସଭାରେ ପୋଲସରା ଏନ୍ଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ପୋଲସରା ଏନଏସି ଖୁବଶୀଘ୍ର ପୌରପାଳିକାର ମାନ୍ୟତା ପାଇବ ବୋଲି ପ୍ରକାଶ କରିଥିଲେ। ପୋଲସରା ବସଷ୍ଟାଣ୍ଡକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ପ୍ରକାଶ କରିଥିଲେ। ଏହା ସହିତ ଆଇ.ଟି.ଆଇ ନିର୍ମାଣ ଓ ପ୍ରତ୍ୟେକ ୱାର୍ଡ଼ରେ ମିଶନ ଶକ୍ତି ଗୃହ ନିର୍ମାଣ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଶୋଭନ କୁମାର ବେହେରା, ବିଡ଼ିଓ ଧର୍ମରାଜ୍ ପରିଡ଼ା, ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ବନାଞ୍ଚଳ ଅଧିକାରୀ ସଚିନ୍ କୁମାର ବେହେରା, ମୂଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ। ଏହି ଅବସରରେ ହିତାଧୀକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। କାର୍ଯ୍ୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ